Skip to main content

Posts

ଦୀପର ଜୀବନ // Odia Shayari Poetry By Maheswar Kabi

ଦୀପର ଜୀବନ ଦୀପରୁ ତେଲ ସରି ସରି ଯାଏ , ପବନରେ ଶିଖା ଦୋହଲି ଯାଏ ,  ଅନ୍ୟମାନଙ୍କୁ ସେ ଆଲୋକ ଦିଏ ,  ନିଜ ଚାରିପାଖ ଅନ୍ଧାର ଥାଏ  , କିଛି ସମୟରେ ସେ ଲିଭିଯାଏ ,  ଅନ୍ୟ ଖୁସିରେ ଆନନ୍ଦ ପାଇଥାଏ ,  ପ୍ରେମର ଆଲୋକ ସେ ବିଞ୍ଚିଦିଏ ,  ପାଇବାର ଆଶାଠୁ ଦୂରରେ ଥାଏ ,                         ଦୀପରୁ ତେଲ ସରି ସରି ଯାଏ ।                                ପ୍ରସ୍ତୁତି :- ମହେଶ୍ବର କବି ଶୁଭଦିନର ଶୁଭେଚ୍ଛା ପତ୍ର ଯେପରିକି ଜନ୍ମଦିନ , ବିବାହ ବାର୍ଷିକୀ ପାଇଁ ନିଜ ଭାଷାରେ ଓଡ଼ିଆ କବିତା ସହ ଶୁଭେଚ୍ଛା ପତ୍ର ପ୍ରସ୍ତୁତି ପାଇଁ ସମ୍ପର୍କ କରନ୍ତୁ ।  Call / WhatsApp ☎️:- 8917237528
Recent posts

🙏 ମାଁ ପରା ଅଛି 🙏 // Maa Santoshi Odia Bhajan // Odia Bhajan Gita & Odia Shayari Bhajan By Maheswar Kabi

🙏 ମାଁ ପରା ଅଛି 🙏 // Maa Santoshi Odia Bhajan // Odia Bhajan Gita & Odia Shayari Bhajan By Maheswar Kabi ଜୀବନେ ମୋର କେତେ ଦୁଃଖ ଆସୁଛି , ମନରେ କେତେ ଦ୍ବନ୍ଦ ସୃଷ୍ଟି ହେଉଛି , ଷୋହଳ ଶୁକ୍ରବାର ବ୍ରତ କରିଛି , ଜାଣିଛି ମୋ ପାଇଁ କି ମାଁ ପରା ଅଛି ,,                  1 ମାଁ ଲୋ ମାଁ ସନ୍ତୋଷୀ ମାଁ ପାଖରେ ଥା , ଦୁଃଖ ସୁଖ ମୋହର ସବୁ ଶୁଣୁ ଥା , ଅବାଟରୁ ମତେ ଦୂରେଇ ରଖ , ସ୍ନେହ ଶ୍ରଦ୍ଧା ହେଉ ମୋହରି ମିତ , ଭବିଷ୍ୟତ ମୋର ଦିଅ ହେ ବାଛି , ଜାଣିଛି ମୋ ପାଇଁ ମାଁ ପରା ଅଛି ,,                 2 ସର୍ବଦା ରହୁ ତୁମ ଆର୍ଶିବାଦ , ଲୋଡା ନାହିଁ ମୋର ଧନ ସମ୍ପଦ , ଆସିଅଛ ଯଦି ଧରା ପୃଷ୍ଠରେ , ଭକ୍ତି ଭରିଦିଅ ସବୁ ମନରେ , ତୁମରି ମହିମା ବସି ଲେଖୁଛି , ମୁ ଡରିବି କାହିଁକି ମାଁ ପରା ଅଛି ,,                   3 Maheswar Kabi Kabita #odia_bhajan #odia_maa_santoshi #maa_santoshi_odia #odia_bhajana #odia_shayari Maa santoshi odia bhajan Odia maa santoshi bhajan Odia bhajan Maa santoshi odia Odia maa santoshi Odia bhajan song Maa santishi odia song Odia maa santoshi purana Odia bhajana Maa santishi odia gita Odia maa santoshi video Odia bhajan gita M

🙏 କଳା କହ୍ନେଇ 🙏 // Odia Janmashtami Shree Krushna Bhajan // Odia Krishna Gita , Odia Kabita By Maheswar Kabi

🙏 କଳା କହ୍ନେଇ 🙏 // Odia Janmashtami Shree Krushna Bhajan // Odia Krishna Gita , Odia Kabita By Maheswar Kabi କଳା କହ୍ନେଇ ହେ କଳା କହ୍ନେଇ , ଶ୍ରୀ ମୁଖ ତୁମର ଥିବି ଅନେଇ , କେତେ ଅସୁରଙ୍କ କଲ ନିଧନ , ବଦଳାଇ ଦେଲ ମନ ଜୀବନ , ବିତିଯାଏ ସମୟ ତୁମକୁ ଚାହିଁ ,              କଳା କହ୍ନେଇ ହେ କଳା କହ୍ନେଇ ,              ଶ୍ରୀ ମୁଖ ତୁମର ଥିବି ଅନେଇ ,,                 1 ଅନ୍ଧ ଲଉଡି ତୁ ଆଶାର ବାଡି , ଯିବୁନାହି କେବେ ମତେ ତୁ ଛାଡି , ଲାଗୁଛି ମିଳିଛି ବୈକୁଣ୍ଠପୁର , ଦୂର ହେଇଗଲା ଘନ ଅନ୍ଧାର ,  କିଛି ଲୋଡା ନାହିଁ ତୁମକୁ ପାଇଁ ,                କଳା କହ୍ନେଇ ହେ କଳା କହ୍ନେଇ ,                ଶ୍ରୀ ମୁଖ ତୁମର ଥିବି ଅନେଇ ,,                   2 ସାଧୁ ଉଦ୍ଧାର ପାଇଁ ତୁମ ଜନମ , ଭରିଦିଅ ସବୁ ମନରେ ପ୍ରେମ , ସଭିଙ୍କ ମନରେ ତୁମ ଚେହେରା , ସବୁବେଳେ ଲାଗ ଅତି ନିଆରା ,  ଜୀବନ ଚାଲୁ ତୁମ ଭଜନ ଗାଇ ,                    କଳା କହ୍ନେଇ ହେ କଳା କହ୍ନେଇ ,                    ଶ୍ରୀ ମୁଖ ତୁମର ଥିବି ଅନେଇ ,,               3 Odia janmashtami Janmashtami odia Odia bhajan Odia shayari odia bhajan status Odia kabita Odia gita Odia bhajana Bhajan odia Bhajan gita Odia bhajan status O

🙏 ଶେଷ ସୋମବାର 🙏 // Odia Siba Bhajan / Sesha Siba Somabara / Srabana Somabara Siba Stuti by Maheswar Kabi

🙏 ଶେଷ ସୋମବାର 🙏 // Odia Siba Bhajan / Sesha Siba Somabara / Srabana Somabara Siba Stuti by Maheswar Kabi ଶ୍ରାବଣ ମାସର ଶେଷ ସୋମବାର , ଭିଡ ଲାଗିଛି ସବୁ ଶିବ ମନ୍ଦିର , ଚାରିଆଡେ ଖାଲି ଭକତ ଗହଳି , ପ୍ରଭୁ ଶୁଣୁଛନ୍ତି ସଭିଙ୍କର ଅଳି , ପ୍ରଭୁ ଆଶୁତୋଷ କୃପାର ସାଗର ,                ଶ୍ରାବଣ ମାସର ଶେଷ ସୋମବାର ,                ଭିଡ ଲାଗିଛି ସବୁ ଶିବ ମନ୍ଦିର ,,                  1 ଭକତ ହାତରେ ତୁମ ପୂଜା ଥାଳି , ଚରଣେ ତୁମର କରେ କେତେ ଅଳି , ଆଉ କେ ମନରେ ଧରି ଅଭିମାନ , ବାଜି ରଖିଦିଏ ଭକତିର ମାନ , ସଜାଡି ଦିଅ ହେ ଭକତ ସଂସାର ,                  ଶ୍ରାବଣ ମାସର ଶେଷ ସୋମବାର ,                  ଭିଡ ଲାଗିଛି ସବୁ ଶିବ ମନ୍ଦିର ,,               2 ଭକତିରେ ପାଇଲେ ତୁମ ପାଦୁକା , ଲଢିଯିବି ମୁହିଁ ସବୁ ଏକା ଏକା , ରହିବନି କଷ୍ଟ ରହିବନି ଦୁଃଖ , ଜୀବନେ ଭରିଯାଏ ଅମାପ ସୁଖ , ଚଳଚଞ୍ଚଳ ଆଜି ତୁମ ମନ୍ଦିର ,                 ଶ୍ରାବଣ ମାସର ଶେଷ ସୋମବାର ,                 ଭିଡ ଲାଗିଛି ସବୁ ଶିବ ମନ୍ଦିର ,,                  3 #siba_somabara #sraban_somabara #odia_shiva_stuti #odia_siva_song_status #odia_siba_bhajan #odia_bhajan #odia_bhajan Siba somabara Srabana somabara

🙏 ଭୋଳାଠାକୁର 🙏 // Odia Siba Stuti / Odia Siva Bhajan Status By Maheswar Kabi Kabita

🙏 ଭୋଳାଠାକୁର 🙏 // Odia Siba Stuti / Odia Siva Bhajan Status By Maheswar Kabi Kabita ଶିବଶଙ୍କର ଭୋଳାଠାକୁର ମହାଦେବ , ତୁମରି ନୀଳା ତୁମ ବିନା କିଏ ବୁଝିବ , ଜଗତ ଈଶ୍ବର ଆହେ ପରମେଶ୍ବର , ତୁମ ଚରଣେ କୋଟି କୋଟି ନମସ୍କାର , କୈଳାଶପତି ଆହେ ଭକତର ଭାବ ,             ଶିବଶଙ୍କର ଭୋଳାଠାକୁର ମହାଦେବ ,             ତୁମରି ନୀଳା ତୁମ ବିନା କିଏ ବୁଝିବ ,,                 1 ଶରଧା ଭକତିର ଈଶ୍ବର ଭୋଳାନାଥ , ତୁମରି ସାହାରାରେ ଚାଲୁଛି ଏ ଜଗତ , ଆକାଶର ବାଦଲ ଆକାଶର ଏ ବୃଷ୍ଟି , ଏ ସବୁ ତୁମର ଅଜଣା , ବିଚିତ୍ର ସୃଷ୍ଟି , ତୁମ ଆର୍ଶିବାଦ ବିନା ସବୁ ଅସମ୍ଭବ ,               ଶିବଶଙ୍କର ଭୋଳାଠାକୁର ମହାଦେବ ,               ତୁମରି ନୀଳା ତୁମ ବିନା କିଏ ବୁଝିବ ,,                2 ପାପ ଅନ୍ଯାୟର ତୁମେ ନିଅ ପରୀକ୍ଷା , ଏ ଦୁନିଆ ତୁମ ଠାରୁ ପାଇଥାଏ ଶିକ୍ଷା , ସାଧୁର ଇଶ୍ବର ପାପି ପାଇଁ ଅବତାର , ତୁମ ପାଇଁ ଚାଲିଛି ଏ ଘୋର ସଂସାର , କୈଳାଶପତି ଆହେ ଭକତର ଭାବ ,              ଶିବଶଙ୍କର ଭୋଳାଠାକୁର ମହାଦେବ ,              ତୁମରି ନୀଳା ତୁମ ବିନା କିଏ ବୁଝିବ ,,                3 #odia_shiva_bhajan #odia_sivha_bhajan #odia_shiva_stuti #odia_siva_song_status #odia_siba_bhajan #odia_bhajan #odia_bhaja

🙏 ହେ ଶନିଦେବ 🙏 / Odia Sani Bhajan // Odia Shani Dev Bhajan / Odia Bhajan by Maheswar Kabi Kabita

🙏 ହେ ଶନିଦେବ 🙏 / Odia Sani Bhajan // Odia Shani Dev Bhajan / Odia Bhajan by Maheswar Kabi Kabita ହେ ଶନିଦେବ ଘେନ ମୋ ପ୍ରଣାମ , ନ୍ଯାୟଦାତା ତୁମେ ଦେଖ କରମ , ଦେଉଛ ତୁମେ ପାପ ପୁଣ୍ଯ ଫଳ , ସୁଖ ଦୁଃଖ ଦେଉଅଛ ସକଳ , ଦେଖୁଅଛ ସଭିଙ୍କ ପରିଶ୍ରମ ,               ହେ ଶନିଦେବ ଘେନ ମୋ ପ୍ରଣାମ ,               ନ୍ଯାୟଦାତା ତୁମେ ଦେଖ କରମ ,,               1 ଧର୍ମ ନିକିତିରେ କର୍ମ ଦଉଲ , ବାହାର କର ହେ ଧରମ ମୁଲ ,  ପ୍ରାୟଶ୍ଚିତ ପାଇଁ ଦିଅ ସୁଯୋଗ , ବତାଇ ଦିଅ ତୁମେ ସଠିକ୍ ଦିଗ , ଦେଖୁଅଛ ସଭିଙ୍କ ପରିଶ୍ରମ ,                ହେ ଶନିଦେବ ଘେନ ମୋ ପ୍ରଣାମ ,                ନ୍ଯାୟଦାତା ତୁମେ ଦେଖ କରମ ,,                2 ଯିଏ କରିଥାଏ ଯେଉଁ କରମ , ସିଏ ହେଉ ଧର୍ମ ଅବା ଅଧର୍ମ , ସବୁ ଯାଉଛି ତୁମ ଅଧିନରେ , ନ୍ଯାୟ ଦେଉଛ ଧର୍ମ ନିକିତିରେ , କେତେ ପବିତ୍ରତା ତୁମରି ନାମ ,                ହେ ଶନିଦେବ ଘେନ ମୋ ପ୍ରଣାମ ,                ନ୍ଯାୟଦାତା ତୁମେ ଦେଖ କରମ ,,                 3 Made By :- Maheswar Kabi Kabita #odia_sani_bhajan #shani_bhajan #odia_bhajan #odia_bhajana #shani_dev_bhajan Odia sani bhajan Odia sani Odia bhajan Odia bhajana Odia sanibara bhajan Odi

🙏 ମାଁ ସନ୍ତୋଷୀ ଶାହା 🙏 // Odia Maa Santoshi Bhajan // Maa Santoshi Odia Bhajan By Maheswar Kabi Kabita

🙏 ମାଁ ସନ୍ତୋଷୀ ଶାହା 🙏 // Odia Maa Santoshi Bhajan // Maa Santoshi Odia Bhajan By Maheswar Kabi Kabita ପୁଅକୁ ମୋହର ମାଁ ସନ୍ତୋଷୀ ଶାହା , ତାଙ୍କରି ବିନା କିଏ କରିବ ଆହା , ଷୋହଳ ଶୁକ୍ରବାର କରିଛି ବ୍ରତ , ସକଳେ ସଞ୍ଜେ ତାଙ୍କୁ ଭଜୁଛି ନିତ୍ଯ ,  ମାଆ ବନିଛନ୍ତି ମୋ ପୁଅର ରାହା ,              ପୁଅକୁ ମୋହର ମାଁ ସନ୍ତୋଷୀ ଶାହା ,              ତାଙ୍କରି ବିନା କିଏ କରିବ ଆହା ,,                   1 ମୋ ପୁଅ ଜୀବନରୁ ହଟୁ ବିପଦ , ଜୀବନରେ ଭରୁ ତା ସୁଖ ସମ୍ପଦ , ତା ହାତର ସବୁ ଦୋଷ କର କ୍ଷମା , ତାଠାରୁ କେବେ ଦୂରେଇ ଯାଅନା ମାଁ , ମାଆ ବନିଯାଅ ମୋ ପୁଅର ରାହା ,                ପୁଅକୁ ମୋହର ମାଁ ସନ୍ତୋଷୀ ଶାହା ,                ତାଙ୍କରି ବିନା କିଏ କରିବ ଆହା ,,                  2  ଜଗତଯାକ ତୁମେ ଦୁଃଖ ବୁଝୁଛ  , କୋଳରେ ମୋର ପୁତ୍ର ସୁଖ ଦେଇଛ , ସେହି ପୁଅ ପାଇଁ ମୁ କରେ ପ୍ରାର୍ଥନା , ସମୃଦ୍ଧି ଭରିଦିଅ କରନା ମନା , ମାଆ ବନିଯାଅ ମୋ ପୁଅର ରାହା ,                 ପୁଅକୁ ମୋହର ମାଁ ସନ୍ତୋଷୀ ରାହା ,                 ତାଙ୍କରି ବିନା କିଏ କରିବ ଆହା ,,                 3 Maheswar Kabi Kabita #odia_bhajan #odia_maa_santoshi #maa_santishi_odia #odia_bhajana Maa santoshi odia bhajan